ଶ୍ରୀଜେସଙ୍କ ଜର୍ସିକୁ ଦିଆଗଲା ଅବସର, ମିଳିଲା ଗୁରୁ ଦାୟିତ୍ବ ; ଏଣିକି ଏହି ଭୂମିକାରେ ଆସିବେ ନଜର
ଓଏଲ୍ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ହକି ଦଳ। ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ପି ଆର ଶ୍ରୀଜେସ୍ ହକିକୁ ବାଏ ବାଏ କରିଛନ୍ତି ମଧ୍ୟ। ଭାରତୀୟ ହକି ଦଳକୁ ଶ୍ରୀଜେସ୍ଙ୍କ ଅବଦାନକୁ ସମ୍ମାନ ଜଣାଇ ଶ୍ରୀଜେସଙ୍କ ଜର୍ସିକୁ ଦିଆଯାଇଛି ଅବସର। ଜର୍ମି ନମ୍ବର ୧୬ ଏବେ ଅବସର ନେଇଛି କାରଣ ହକିକୁ ବିଦାୟ କହିଛନ୍ତି ଶ୍ରୀଜେସ। ତାଙ୍କ ସମ୍ମାନରେ ତାଙ୍କ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି। ହକି ଇଣ୍ଡିଆ ପକ୍ଷରୁ ଜର୍ସି ନମ୍ୱର ୧୬କୁ ଅବସର ଦିଆଯାଇଛି। ଅର୍ଥାତ୍ ଆଉ କୌଣସି ବି ଖେଳାଳି ୧୬ ନମ୍ବର ଜର୍ସି ପିନ୍ଧି ପାରିବେ ନାହିଁ।
ଆଜି ଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଶ୍ରୀଜେସଙ୍କ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି। ଏଥିସହିତ ଶ୍ରୀଜେସଙ୍କୁ କନିଷ୍ଠ ଭାରତୀୟ ହକି ଦଳର ମୁଖ୍ୟ କୋଚ୍ ଭାବେ ମଧ୍ୟ ନିଯୁକ୍ତ କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ମହାନ ଖେଳାଳି ଆଉ ଏକ ବଳିଷ୍ଠ ଓ ଭଲ ନିଷ୍ପତ୍ତି ନେଇଛନ୍ତି। ପିଆର ଶ୍ରୀଜେସଙ୍କୁ କନିଷ୍ଠ ଭାରତୀୟ ହକି ଦଳର ନୂତନ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଖେଳଠୁ ଆରମ୍ଭ କରି କୋଚିଂ ପର୍ଯ୍ୟନ୍ତ, ଆପଣ ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବେ। ଆପଣଙ୍କ କୋଚିଂ ଯାତ୍ରାକୁ ବହୁ ଦିନର ଅପେକ୍ଷା ଥିଲା।