Odisha Link
Bridging the Missing Links in Odisha

କେଜ୍ରିଓ୍ବାଲଙ୍କୁ ଆଜି ବି ମିଳିଲାନି ଜାମିନ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଦିନ କାଟୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଜି ବି ନିରାଶ ହେବାକୁ ପଡ଼ିଛି। ଆଜି ବି କେଜ୍ରିଓ୍ବାଲଙ୍କୁ ମିଳିଲାନି ଜାମିନ। ସର୍ବୋଚ୍ଚ ନ୍ୟାୟାଳୟ ଆଜି ତାଙ୍କ ଅନ୍ତରୀଣ ଜାମିନ ଆବେଦନ ମଞ୍ଜୁର କରିନାହାନ୍ତି।

କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ମନିଷ ସିସୋଦିଆଙ୍କୁ ମିଳିଥିବା ଜାମିନର ଉଦାହରଣ ଦେଇ କେଜ୍ରିୱାଲଙ୍କୁ ମୁକୁଳାଇବାକୁ ଚେଷ୍ଟା କରୁଥିଲେ। ମାତ୍ର ତାଙ୍କ ଯୁକ୍ତିକୁ କୋର୍ଟ ଆଜି ଗ୍ରହଣ କରିନାହାନ୍ତି ଓ ଶେଷରେ ଆଜି ପାଇଁ ନିରାଶ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ।