Odisha Link
Bridging the Missing Links in Odisha

୧୦ ବର୍ଷରେ ମାଲାମାଲ୍ ଖଣି ବାବୁ, ବାନ୍ଧି ନେଲା ଭିଜିଲାନ୍ସ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଭିଜିଲାନ୍ସ ପଞ୍ଝାରେ ତାଳଚେର ଖଣି ଉପନିର୍ଦ୍ଦେଶକ ପଡିଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ୪ଟି ସ୍ଥାନରେ ରେଡ୍‌ କରାଯାଇଥିବାବେଳେ ଆଜି ଗିରଫ କରାଯାଇଛି। ଗତକାଲି କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ରେଡ୍‌ କରାଯାଇଥିଲା।

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ରେଡ୍ ସମୟରେ ଖଣି ଉପନିର୍ଦ୍ଦେଶକଙ୍କ ମୂଳ ଆୟଠୁ ୫୦୦% ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ୧୦ ବର୍ଷରେ ୫ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିଲେ। ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ, ୨ଟି ମାର୍କେଟ କଂପଲେକ୍ସ, ୧୧ଟି ପ୍ଲଟ, ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। ଏହା ସହ ଭୁବନେଶ୍ବରରେ ଗୋଟିଏ ଡୁପ୍ଲେକ୍ସ ସହ ଘରୁ ମିଳିଥିଲା ୯.୮୫ ଲକ୍ଷ ଟଙ୍କା।

Leave A Reply

Your email address will not be published.