Odisha Link
Bridging the Missing Links in Odisha

ହାତୀ ଉପଦ୍ରଵରୁ ମିଳିବ ତ୍ରାହି, ବ୍ୟବହାର ହେବ ରେଡିଓ କଲାର

ଓଏଲ୍‌ ବ୍ୟୁରୋ: ରାଜ୍ୟର ଅନେକ ଅଂଚଳରେ ହାତୀ ଉପଦ୍ରଵ ଏବେ ଚିନ୍ତାର କାରଣ ପାଲଟିଛି। ହାତୀଙ୍କ ଆକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଅମାନିଆ ହାତୀଙ୍କୁ ସାବାଡ଼ କରିବା ପାଇଁ ନୂଆ ପଦକ୍ଷେପ ଆପଣା ଯାଇଛି। ପ୍ରୋବ୍ଲେମେଟିକ୍‌ ବା ଅମାନିଆ ହାତୀ ଦେହରେ ଲାଗିବ ରେଡିଓ କଲାର। ରାଜ୍ୟରେ ଅଛନ୍ତି ୧୮ ପ୍ରୋବ୍ଲେମେଟିକ୍‌ ବା ଅମାନିଆ ଦନ୍ତାହାତୀ।ଏସବୁ ହାତୀ ଦେହରେ ରେଡିଓ କଲାର ଲଗାଯାଇ ମନିଟର କରାଯିବ। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ହାତୀଙ୍କୁ ସୁଧାରିବାକୁ ଚେଷ୍ଟା ସହ ଲୋକଙ୍କୁ ମଧ୍ୟ ସଚେତନ କରାଯିବ। ହାତୀ ବ୍ୟବହାର ନବଦଳିଲେ, ଟ୍ରାଙ୍କୁଲାଇଜ କରି କେୟାର ସେଣ୍ଟର ପଠାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି।