Odisha Link
Bridging the Missing Links in Odisha

ନେତା ଶୂନ୍ୟ ହୋଇଯିବ ବିଜେଡି: ମନମୋହନ ସାମଲ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କହିଛନ୍ତି। ବିଜେଡି ଖାଲି ହୋଇଯିବ।

ବିଜେପିରେ ମିଶିବାକୁ ବହୁ ଆବେଦନ ଆସୁଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଲେ। ୨ ରାଜ୍ୟସଭା ସାଂସଦ ମିଶିଲେ, ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି ବୋଲି ମନମୋହନ ସାମଲ କହିଛନ୍ତି।