ମହିଳାଙ୍କୁ ମିଳିବ ତ୍ୱରିତ ନ୍ୟାୟ, ରାଜ୍ୟରେ ସ୍ଥାପନ ହେବ ଆଉ ୪ଟି ମହିଳା କୋର୍ଟ
ଓଏଲ୍ ବ୍ୟୁରୋ: ମହିଳାମାନଙ୍କୁ ମିଳିବ ତ୍ୱରିତ ନ୍ୟାୟ। ରାଜ୍ୟରେ ସ୍ଥାପନ କରାଯିବ ଆଉ ୪ଟି ମହିଳା କୋର୍ଟ। ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ନ୍ୟାୟ ଦେବା ଲାଗି ରାଜ୍ୟରେ ଖୁବ୍ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ କରିବେ। ଏନେଇ ଆଇନ ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,ରା ଜ୍ୟରେ ମହିଳାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଲକ୍ଷ୍ୟ ନେଇ ଆଉ ୪ଟି ମହିଳା କୋର୍ଟ ସ୍ଥାପନ କରାଯିବ। ଏ ସମ୍ବନ୍ଧୀୟ ପ୍ରସ୍ତାବ ଖୁବ୍ଶୀଘ୍ର ଓଡ଼ିଶା ହାଇକୋର୍ଟକୁ ପଠାଯିବ। ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ବିଚାର କରିବାପାଇଁ ଏହି ସ୍ୱତନ୍ତ୍ର କୋର୍ଟ ଖୋଲିବ। ଏଥିରେ ମହିଳା ବିଚାରପତି ଏବଂ ସରକାରୀ ଓକିଲ ରହିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।