ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା, ୨୩ରେ ବହିଷ୍କାର କରିଥିଲେ ସରକାର
ଓଏଲ୍ ବ୍ୟୁରୋ: ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ଓ ଅନ୍ୟ ସଦସ୍ୟ ଦାୟିତ୍ୱରେ ଅଛନ୍ତି ନା ନାହିଁ ସେ ନେଇ ବିବାଦ ଲାଗି ରହିଥିବାବେଳେ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା। କାରଣ ଦର୍ଶାଅ ନୋଟିସର ଉତ୍ତର ପରେ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା। ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଅଧ୍ୟକ୍ଷା ପଦରୁ ଛାଡିଛନ୍ତି। ଅକ୍ଟୋବର ୨୩ରେ ସରକାର ବହିଷ୍କାର କରିଥିଲେ
ସୂଚନା ଅନୁସାରେ, ପ୍ରାୟ ଦୁଇ ସପ୍ତାହ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମେସେଜ୍ ଜରିଆରେ କମିଶନଙ୍କୁ ଭାଙ୍ଗି ଦିଆଗଲା ବୋଲି ସୂଚନା ଦିଆଯାଇଥିଲା। ପଦବୀରୁ ହଟାଯିବାର ୧୮ ଦିନ ପରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ଚେୟାର ଛାଡୁନଥିବା ଅଭିଯୋଗ ହୋଇଥିଲା। ଅକ୍ଟୋବରରେ ଖରାପ ପ୍ରଦର୍ଶନ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ମହିଳା ଓ ଶିଶୁ ବିକାଶ ବିଭାଗ।