ଦେଶକୁ ମିଳିଲା ୫୧ ତମ ପ୍ରଧାନ ବିଚାରପତି, ଶପଥ ନେଲେ ଜଷ୍ଟିସ୍ ଖାନ୍ନା
ଓଏଲ୍ ବ୍ୟୁରୋ: ଦେଶକୁ ମିଳିଲା ୫୧ ତମ ପ୍ରଧାନ ବିଚାରପତି। ସୁପ୍ରିମ୍ କୋର୍ଟ ୫୧ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ଜଷ୍ଟିସ୍ ଖାନ୍ନାଙ୍କୁ ଶପଥପାଠ କରାଇଛନ୍ତି।
ଜଷ୍ଟିସ୍ ଖାନା ୨୦୧୯ ମସିହା ଜାନୁୟାରୀରୁ ସୁପ୍ରିମ କୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଧାନ ବିଚାରପତି ପଦବୀରେ ଜଷ୍ଟିସ୍ ଖାନ୍ନା ୨୦୨୫ ମସିହା ମେ ମାସ ୧୩ ତାରିଖ ପର୍ଯ୍ୟନ୍ତ ରହିବେ। ଗତମାସ ୧୬ ତାରିଖରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ପରବର୍ତ୍ତୀ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଖାନ୍ନାଙ୍କ ନାମ ସୁପାରିସ କରିଥିଲେ।