Odisha Link
Bridging the Missing Links in Odisha

ପଢୁଆଁ ହେବେ ମହାପ୍ରଭୁ, ମାଧବପୀଠରୁ ଶ୍ରୀମନ୍ଦିର ଯାଉଛି ପଢୁଆଁ ଭାର

ଓଏଲ୍‌ ବ୍ୟୁରୋ: ଶନିବାର ପ୍ରଥମାଷ୍ଟମୀ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ହେବେ ପଢୁଆଁ। ଏଥିପାଇଁ ଜଗନ୍ନାଥଙ୍କ ମାମୁ ଘର ନିଆଳି ମାଧବ ମନ୍ଦିରରୁ ଶ୍ରୀମନ୍ଦିର ଯାଉଛି ପଢୁଆଁ ଅଷ୍ଟମୀ ଭାର। ଏହି ଭାରରେ ଅଛି ବିରି, ଚାଉଳ, ନଡ଼ିଆ, ଗୁଡ଼, ପାନ, ଗୁଆ, ନୂଆ ବସ୍ତ୍ର ଏବଂ ବିଭିନ୍ନ ଫଳ। ଅଷ୍ଟମୀରେ ଏସବୁ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହେବ। କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଥିଲା।

କୁହାଯାଉଛି ୧୨୨୬ ଗ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ଶାସନ କାଳରୁ ମହାପ୍ରଭୁଙ୍କ ପାଇଁ ନିଆଳି ମାଧବ ମନ୍ଦିରରୁ ଭାର ଆସୁଥିଲା। ନିଆଳି ମାଧବ ମନ୍ଦିରରୁ ଅଷ୍ଟମୀ ଭାର ବଡ଼ଦାଣ୍ଡରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ଏହାକୁ ବଡ଼ ଦେଉଳକୁ ଯିବ। ସଂକୀର୍ତ୍ତନ ଏବଂ ନାଚ ଗୀତରେ ଭାରକୁ ଶ୍ରୀମନ୍ଦିରକୁ ନିଆଯିବ।