Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ନୂଆ ଦିନିକିଆ ଜର୍ସି ଉପରୁ ଉଠିଲା ପରଦା। ଭାରତୀୟ କ୍ରିିକେଟ ବୋର୍ଡର ସଚିବ ଜୟ ଶାହ ଓ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ନୂତନ ପୋଷାକର ଉନ୍ମୋଚନ କରିଛନ୍ତି। ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆ ଜର୍ସିର ଉନ୍ମୋଚନ ହୋଇଛି।

ଟିମ୍‌ ଇଣ୍ଡିଆର ନୂଆ ଜର୍ସିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଜର୍ସିର କାନ୍ଧରେ ତ୍ରିରଙ୍ଗା ରହିଛି। ଜର୍ସି ଉନ୍ମୋଚିତ ହେବା ପରେ ହରମନପ୍ରୀତ କୌର କହିଛନ୍ତି, ମୋ ପାଇଁ ଏହା ସମ୍ମାନର କଥା। ଜର୍ସି ଉନ୍ମୋଚନ ଉତ୍ସବରେ ଉପସ୍ଥିତି ରହିଲି। ନୂଆ ଜର୍ସିର ଲୁକ୍‌ ବହୁୁତ ଭଲ ହୋଇଛି। ବିଶେଷକରି ଜର୍ସିର କାନ୍ଧରେ ତ୍ରିରଙ୍ଗା ଥିବାରୁ ମୁଁ ବହୁତ ଖୁୁସି ବୋଲି କହିଛନ୍ତି ହରମନପ୍ରୀତ।

ନୂଆ ଜର୍ସି ପିନ୍ଧି ଭାରତୀୟ ଦଳ ଚମ୍ପିଆନ୍ସ ଟ୍ରଫିରେ ଓହ୍ଲାଇବ। ତା ପୂର୍ବରୁ ମହିଳା ଦଳ ଜର୍ସି ପିନ୍ଧି ମ୍ୟାଚ୍‌ ଖେଳିବ। ମହିଳା ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମୁକାବିଲାରେ ନୂଆ ଜର୍ସି ପିିନ୍ଧିି ପଡ଼ିଆକୁ ଓହ୍ଲାଇବ।