୫୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ବିଫଳ, ୧୫୦ ଫୁଟ୍ ତଳେ ଆଖିବୁଜିଲା ୫ ବର୍ଷର ଶିଶୁ

ଓଏଲ୍ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲା ୫ ବର୍ଷର ଶିଶୁ। ଫେଲ ମାରିଲା ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପରିଶ୍ରମ। ୫୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଦୌସାରେ ଫେଲ ମାରିଲା ଉଦ୍ଧାରକାରୀ ଦଳ। ୧୫୦ ଫୁଟ୍ ତଳ ବୋରୱେଲରେ ଫସିଥିବା ୫ ବର୍ଷର ଶିଶୁ ଆର୍ୟାନ ମୃତ୍ୟୁ ହୋଇଛି। ଆର୍ୟାନକୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ, ସୋମବାର ଦିନ ଅପରାହ୍ନରେ ୫ ବର୍ଷର ଶିଶୁ ଖେଳିବା ସମୟରେ ଗାତରେ ପଡ଼ିଯାଇଛି। ରାଜସ୍ଥାନ ଦୌସା ଜିଲ୍ଲା ପପର୍ଦା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ୧୫୦ ଫୁଟ ତଳୁ ଶିଶୁକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି କରାଯାଇଥିବାବେଳେ ଶିଶୁକୁ ସୁସ୍ଥ ରଖିବା ପାଇଁ ଅମ୍ଳଜାନ ପଠା ଯାଉଥିଲା। ମେଡିକାଲ ଦଳ, ଏନଡିଆରଏଫ, ଏସଡିଆରଏଫ ଉଦ୍ଧାରକାରୀ ଦଳ ଜୋରଦାର ଉଦ୍ୟମ ଜାରି କରିଥିଲେ। ଶେଷରେ ଶିଶୁକୁ ଉଦ୍ଧାର କରାଯାଇଥିଲା। ହେଲେ ସେତେବେଳେକୁ ୫ ବର୍ଷ ଶିଶୁର ଜୀବନ ଚାଲିଯାଇଥିଲା।