Odisha Link
Bridging the Missing Links in Odisha

ରାଜ୍ୟପାଳ ଲାଟ ସାହବ ନୁହଁନ୍ତି: ରଘୁବର ଦାସ

ଓଏଲ୍‌ ବ୍ୟରୋ: ଭାରତୀୟ ଜନତା ପାର୍ଟିକୁ ଫେରିିଯିବା ପରେ ବଡ଼ ବୟାନ ଦେଇଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଆଉ ଏବେର ବିଜେପି ନେତା ରଘୁବର ଦାସ। ସେ କହିଛନ୍ତି ରାଜ୍ୟପାଳ ଲାଟ ସାହବ ପଦ ବୋଲି ସମସ୍ତେ ଭାବନ୍ତି। କିନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ମୁଁ ଏହି ଚିନ୍ତାଧାରାକୁ ଭାଙ୍ଗିଲି। ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଲି।

ରାଜନୀତିକୁ ଫେରରିବା ପରେ ରଘୁବର ଦାସ କହିଛନ୍ତି, ରାଜ୍ୟପାଳ ଲାଟ ସାହାବ ନୁହଁନ୍ତି, ରାଜ୍ୟପାଳ ହେଉଛନ୍ତି ଲୋକଙ୍କ ରାଜ୍ୟପାଳ। ରାଜ୍ୟରେ ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଲି ବୋଲି କହିଛନ୍ତି ରଘୁବର ଦାସ। ଏହାଛଡ଼ା କେନ୍ଦ୍ର ସରକାରଙ୍କ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ଉଦ୍ୟମ କରିଛି। ଏହାଛଡ଼ା ଯେଉଁଠି ଯୋଜନା ପହଞ୍ଚି ପାରୁନି ସେଠାରେ ଜିଲ୍ଲାପାଳ ମାନଙ୍କୁ କହି ସମାଧାନ ପାଇଁ ଉଦ୍ୟମ କରିଛି। ସେହିପରି ସମ୍ବିଧାନର ପରିଧି ଭିତରେ ରହି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରଖିଛି। ସମସ୍ୟାକୁ ଉଭୟଙ୍କୁ ଅବଗତ କରାଇଥିବା କହିଛନ୍ତି ରଘୁବର।

ସୂଚନାଥାଉକି, ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଶୁକ୍ରବାର ବିଧିବଦ୍ଧ ଭାବେ ପୁଣି ବିଜେପିରେ ସାମିଲ ହୋଇଥିଲେ ରଘୁବର ଦାସ।