ଦୁଇ ଦୁଇଥର ଆଲୋଚନା ବିଫଳ, ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଓଏଲ୍ ବ୍ୟୁରୋ: ପବତ୍ର ମକର ସଂକ୍ରାନ୍ତି ଅବସରରେ ବନ୍ଦ ରହିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ନୀତି ବିଭ୍ରାଟକୁ ନେଇ ହୋଇଥିବା ବୈଠକରେ ବାହାରିଲାନି ନିଷ୍କର୍ସ। ପ୍ରଶାସନ ସହିତ ୨ ନିଯୋଗଙ୍କ ମଧ୍ୟରେ ହୋଇଥିବା ବୈଠକ ବିଫଳ। ଯାହାଫଳରେ ପବିତ୍ର ସଂକ୍ରାନ୍ତିରେ ମଧ୍ୟ ବନ୍ଦ ରହିବ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଯାହାଫଳରେ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଭୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ। ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ନେଇ ମହାସୁଆର ଅଭିଯୋଗ କରିଛନ୍ତି। ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଅଛନ୍ତି ଲିଙ୍ଗରାଜ। ସର୍ବସାଧାରଣ ଦର୍ଶନ ବନ୍ଦ କରି ପ୍ରତିବାଦ କରିବେ ପୂଜାପଣ୍ଡା।
ନୀତି ଅନୁସାରେ ପବିତ୍ର ପୁଷ୍ୟାଭିଷେକ ଅବସରରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ। କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
ଗତକାଲି ସନ୍ଧ୍ୟାରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ନୀତି କରିବାକୁ ନେଇ ବିବାଦ ହେଉଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଓ ମକର ପୂଜା ନୀତି ବନ୍ଦ ରହିଛି। ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି।