Odisha Link
Bridging the Missing Links in Odisha

ଦୂର ହେବ ପାନୀୟ ଜଳ ସମସ୍ୟା, ବଡ଼ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କ ଦୁଆର ମୁହଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଜଳଜୀବନ ମିଶନ ଅଧୀନରେ ରାଜ୍ୟରେ ପାଇପ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଜାରି ରହିଛି। ଅନେକ ସ୍ଥାନରେ ପାନୀୟ ଜଳ ସୁବିଧା ପହଂଚାଇବା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ଜଳଜୀବନ ମିଶନ, ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯିବ। ବିଭିନ୍ନ ଅଞ୍ଚଳ ଗସ୍ତ କରି ଆମେ ଲୋକଙ୍କ ସମସ୍ୟା ବୁଝୁଛୁ। ଯେଉଁଠି ସମସ୍ୟା ରହିଛି ସେଠାରେ ସଂପୃକ୍ତ ବିଭାଗ ସହ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.