ରେଳ ପ୍ରକଳ୍ପ ପ୍ରସଙ୍ଗ: ଓଡ଼ିଶା ପାଇଁ ଗୃହରେ ଦାବି ରଖିଲେ ରାଜ୍ୟସଭା ସାଂସଦ

ଓଏଲ୍ ବ୍ୟୁରୋ: ଖୋଲିଛି ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡି। ନିର୍ମଳାଙ୍କ ଆର୍ଥିକ ପେଡିରେ ରହିଛି ମଧ୍ୟବିତ୍ତଙ୍କ ଉପରେ ଫୋକସ। ବଜେଟକୁ ନେଇ ଆସିଛି ମିଶ୍ର ପ୍ରତିକ୍ରିୟା। ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଦେଖିଲେ ବଜେଟ ସନ୍ତୋଷଜନକ ବୋଲି ଅର୍ଥନୈତିଜ୍ଞ ପ୍ରତିକ୍ରିୟା ରଖିଥିବା ବେଳେ କେନ୍ଦ୍ର ସରକାର ଚତୁରତାର ସହ ବଜେଟ କରିଛନ୍ତି ବୋଲି କଂଗ୍ରେସ ନେତା ମତ ରଖୁଛନ୍ତି। ଏସବୁ ଭିତରେ ରେଳ ବିଭାଗ ନେଇ ବଡ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ରେଳମନ୍ତ୍ରୀ କହିଛନ୍ତି, ମୋଦିଙ୍କ ୩ୟ ପାଳିରେ ଓଡ଼ିଶାକୁ ମିଳିଛି ୨୦ ହଜାର କୋଟି। ବଜେଟ୍ରେ ରେଲୱେରେ ଓଡ଼ିଶାକୁ ୧୦,୫୯୯ କୋଟି ମଞ୍ଜୁର ହୋଇଛି। ଏହା ପରେ ପଶ୍ଚିମ ଓଡ଼ିଶାରେ ପ୍ରମୁଖ ୪ ଗୋଟି ରେଳ ପ୍ରକଳ୍ପ ଫାଇନାଲ ସ୍ଥାନ ସର୍ଭେ ପାଇଁ ରାଜ୍ୟସଭା ସାଂସଦଙ୍କ ଶୂନ୍ୟକାଳ ଅବଧିରେ ଗୃହରେ ପ୍ରସ୍ତାବ ରଖିଛନ୍ତି।
ପଶ୍ଚିମ ଓଡ଼ିଶା ପ୍ରମୁଖ ୪ ଗୋଟି ରେଳ ପ୍ରକଳ୍ପ ଫାଇନାଲ ଲୋକେଶନ ସର୍ଭେ ପାଇଁ ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରେ ଶୂନ୍ୟ କାଳ ଅବଧିରେ ଗୃହରେ ପ୍ରସ୍ତାବ ରଖିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରେ ଦାବି ଉପସ୍ଥାପନ କରି ଶେଷ ଲୋକେସନ ସର୍ଭେ ନେଇ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ପୂର୍ବୋଦୟ ଏବଂ ବିକଶିତ ଭାରତ ଯୋଜନାରେ ସହାୟକ ହେବ ବୋଲି ସେ କହିଛନ୍ତି।
୧. ଆକାଂକ୍ଷା ଜିଲ୍ଲା କଳାହାଣ୍ଡିର ଭବାନୀପାଟଣା ଠାରୁ କେସିଙ୍ଗା କୁଆତ୍ର ୩୫ କିଲୋମିଟର ବିଦ୍ୟୁତିକରଣ
୨. ସମ୍ବଲପୁର ଠାରୁ ସୋନପୁରକୁ ୭୭ କିଲୋମିଟର ରେଳପଥ ନିର୍ମାଣ କରିବା ପ୍ରସ୍ତାବ
୩. କଣ୍ଟାବାଞ୍ଜି ଠାରୁ କୋକସରା ଭାୟା ରାଜା ଖଡିଆଳ ୧୧୫ କିଲୋମିଟର ଏଫ୍ ଏଲ ଏସ ପାଇଁ ପ୍ରସ୍ତାବ
ଯାହାକି ତିନି ଗୋଟି ଅଂକାକ୍ଷା ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଦେଇ ଅତିକ୍ରମ କରିବ। ଏହି ପ୍ରକଳ୍ପ ହେଲେ ବାଲାଡିଳାରୁ ରାୟପୁରକୁ ଲୁହାପଥର ରପ୍ତାନିରେ ୫୪ କିଲୋମିଟର ଦୂରତା ଦ୍ରାସ ହେବ।
୪.ଲାଞ୍ଜିଗଡ ରୋଡଠାରୁ ଫୁଲବାଣୀ ଭାୟା ଏମ. ରାମପୁର, ବାଲିଗୁଡାକୁ ରେଳପଥ ନିର୍ମାଣ ନେଇ ପ୍ରସ୍ତାବ ଆଗତ କରିଛନ୍ତି।