Odisha Link
Bridging the Missing Links in Odisha

ରାଜ୍ୟରେ ନିଯୁକ୍ତି ହେବେ ୫ ହଜାର ଡାକ୍ତର, ବଡ଼ ସୂଚନା ଦେଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ କାର୍ଯ୍ୟ ଦିବସ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। ସ୍ଵାସ୍ଥ୍ୟ, ଗୃହ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ଡାକ୍ତର ଅଭାବ ରହିଛି। ପୂରଣ ହେବ ୫୨୪୮ ଡାକ୍ତର ପଦବୀ। ଏଥିପାଇଁ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଛି। ୧୨୬ଟି ଦନ୍ତ ଚିକିତ୍ସକ ନିଯୁକ୍ତି ନେଇ ସୁପାରିଶ ହୋଇଥିବା ମନ୍ତ୍ରୀ କହିଛନ୍ତି। ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ। ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞାପନ ପ୍ରକାଶ କରିବେ।