Odisha Link
Bridging the Missing Links in Odisha

‘ମୋ ଜୀବନ ପ୍ରତି ବିପଦ’, ଚର୍ଚ୍ଚା ବଢ଼ାଇଲା ଜୟନାରାୟଣ ମିଶ୍ରଙ୍କ ବୟାନ..

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ସବୁ ବେଳେ ଚର୍ଚ୍ଚିତ ବୟାନ ଦେଇ ସାମ୍ନାକୁ ଆସିଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଆଜି ମଧ୍ୟ ଏକେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଜୟ ନାରାୟଣ ମିଶ୍ର କହିଛନ୍ତି, ଗୃହ ବିଭାଗ ତାଙ୍କୁ ସୁରକ୍ଷା ଦେଇଛନ୍ତି। ସରକାର ଜୀବନ ପ୍ରତି ବିପଦ ଥିବା କହି ସୁରକ୍ଷା ନେବାକୁ କହିଥିଲେ। ଏପରିକି ଆଇଜି ମଧ୍ୟ ଜୀବନପ୍ରତି ବିପଦ ଥିବା କହି ସୁରକ୍ଷା ନେବାକୁ କହିଥିବା ଜୟନାରାୟଣ ଗଣମାଧ୍ୟମକୁ ଜଣାଇଛନ୍ତି। ସାଧାରଣ ସୁରକ୍ଷା ନୁହେଁ ତାଙ୍କୁ କଡ଼ା ସୁରକ୍ଷାରେ ରଖାଯାଇଛି। ଏଥିସହ ଜୟନାରାୟଣ କହିଛନ୍ତି, ସେ ସୁରକ୍ଷା ନେବାକୁ କେବେ ଚାହିଁ ନାହାନ୍ତି। ସୁରକ୍ଷା ନନେଲେ ସରକାର ଅଡୁଆରେ ପଡ଼ିଯିବ ବୋଲି କହିବାରୁ ସୁରକ୍ଷା ନେଇଥିବା ଜୟନାରାୟଣ ମିଶ୍ର କହିଛନ୍ତି।

Leave A Reply

Your email address will not be published.