ରାଜ୍ୟରେ କମିଲା ସ୍କୁଲ ଡ୍ରପ୍ ଆଉଟ୍ ସଂଖ୍ୟା, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ…

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଅଷ୍ଟମ କାର୍ଯ୍ୟ ଦିବସ। ପ୍ରଶ୍ନକାଳ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ଆଲୋଚନା ମଧ୍ୟରେ ରାଜ୍ୟରେ ସ୍କୁଲ ଡ୍ରପ୍ ଆଉଟ୍ କମିଥିବା ମନ୍ତ୍ରୀ କହିଛନ୍ତି। ବିଧାନସଭାରେ ମନ୍ତ୍ରୀ କହିଛନ୍ତି, ୨୦୨୦-୨୧ରେ ୨୧ ଲକ୍ଷ ୯ହଜାର ୭୯୬ ଛାତ୍ରଛାତ୍ରୀ ଥିବା ବେଳେ, ୨୦୨୩-୨୦୨୪ ରେ ୨୧ ଲକ୍ଷ ୧୦ ହଜାର ୪୯୩ ଛାତ୍ରଛାତ୍ରୀ ରହିଥିଲେ। ପୂର୍ବାପେକ୍ଷା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବଢ଼ିଛି।
ଡ୍ରପ ଆଉଟ କମାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୪ ଜିଲ୍ଲାରେ ୫-ଟି ସ୍କୁଲ ରୂପାନ୍ତରଣ ପାଇଁ ୩୦୮୮ କୋଟି ଟଙ୍କା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୭୮୧, ଦ୍ଵିତୀୟ ପର୍ଯ୍ୟାୟର ୨୨୬୮ ଓ ତୃତୀୟ ପର୍ଯ୍ୟାୟରେ ୨୦୬୫ ସ୍କୁଲ ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ୍ ୭୩୬ ସ୍କୁଲର କାମ ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।