Odisha Link
Bridging the Missing Links in Odisha

ନିର୍ବାଚନରେ ଗାଡ଼ି ବାବଦକୁ ଖର୍ଚ୍ଚ ହୋଇଛି ୮୦ କୋଟି, ଗୃହରେ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ତିନି ଦିନର ବିରତି ପରେ ଆଜି ପୁଣି ସରଗରମ ହେଇଛି ବିଧାନସଭା। ଆଜି ଗୃହରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ୧୨.୧୫ ପର୍ୟ୍ୟନ୍ତ ଗୃହକୁ ମୁଲତବି ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ବାଚନ ଖର୍ଚ୍ଚ ନେଇ ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି। ୨୦୨୪ ନିର୍ବାଚନରେ ଗାଡ଼ି, ଟେଣ୍ଟ ଖର୍ଚ୍ଚ ୧୧୫ କୋଟି ୯୪ ଲକ୍ଷ ହୋଇଛି। କେବଳ ଗାଡ଼ି ବାବଦକୁ ୮୦ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଟେଣ୍ଟ, ସାଉଣ୍ଡ୍ ଓ ବ୍ୟାରିକେଡ୍ ବାବଦକୁ ୩୫ କୋଟି ୧ ଲକ୍ଷ ଖର୍ଚ୍ଚ ହୋଇଥିବା ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।