ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା: ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଲେ ହାଇକୋର୍ଟ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ଫିଟିଥିବା ବାଟରେ ହାଇକୋର୍ଟଙ୍କ ଛାଟ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଗତବର୍ଷ ଫେବ୍ରୁଆରିରେ ବିଭାଗ ପକ୍ଷରୁ ଜାରି ହୋଇଥିଲା ବିଜ୍ଞପ୍ତି। ଆପାର୍ଟମେଣ୍ଟ ପଞ୍ଜିକରଣ ବିଜ୍ଞପ୍ତିରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲାରେ ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର। ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଲେ ହାଇକୋର୍ଟ। ଫେବ୍ରୁଆରୀ ୧୭ ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ ପଞ୍ଜୀରକଣ ପାଇଁ ହୋଇଥିଲା ବିଜ୍ଞପ୍ତି।
ବିଜ୍ଞପ୍ତି ଜରିଆରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନାସତ୍ୱ ଓ ପରିଚାଳନା ନିୟମ ଆଣିଥିଲେ ରାଜ୍ୟ ସରକାର। ଏଥିରେ ଆପାର୍ଟମେଂଟ ମାଲିକଙ୍କ ଆସୋସିଏସନ ଗଠନ ଓ ପଂଜିକରଣ ନେଇ ସବିଶେଷ ନିୟମ ରହିଛି। ୨୦୨୩ ଅକ୍ଟୋବର ୧୩ରେ ଓଡିଶା ଆପାର୍ଟମେଂଟ ମାଲିକାନାସତ୍ୱ ଓ ପରିଚାଳନା ଚିଠା ନିୟମ ପ୍ରକାଶ ପାଇଥିଲା। ରେରା ଆଇନର ବ୍ୟବସ୍ଥା ଅନୁଯାୟୀ ଫ୍ଲାଟ ମାଲିକ ସଂଘ ସପକ୍ଷରେ କମନ ଏରିଆର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
ଏଥିରେ ପ୍ରମୋଟରଙ୍କ ଉତର ଦାୟିତ୍ୱ ମଧ୍ୟ ସ୍ପଷ୍ଟ ଭାବେ ଦର୍ଶାଯାଇଛି। ନିୟମରେ ଆପାର୍ଟମେଂଟ ମାଲିକ ଏବଂ ଫ୍ଲାଟ ମାଲିକର ଅଧିକାର ଏବଂ ଦାୟିତ୍ୱ ଉଲ୍ଲେଖ ରହିଛି। ୨୦୨୩ ଅକ୍ଟୋବରରେ ଏହି ଆଇନ ପ୍ରଣୟନ କରାଯାଇ ଡ୍ରାଫ୍ଟ ନିୟମ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ସରକାର ଏଥିରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ସମ୍ପୃକ୍ତ ଅଂଶୀଦାରଙ୍କ ଠାରୁ ପରାମର୍ଶ ଆହ୍ୱାନ କରିଥିଲେ।