Odisha Link
Bridging the Missing Links in Odisha

ବିଧାନସଭାରେ ଅଚଳାବସ୍ଥା: ଘଣ୍ଟ ବଜାଇ କଂଗ୍ରେସର ପ୍ରତିବାଦ, ଧାରଣାରେ ବିଜେଡି

ଓଏଲ୍‌ ବ୍ୟୁରୋ: ଆଜି ପୁଣି ସରଗରମ ହୋଇଛି ବିଧାନସଭା। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଆଜି କଂଗ୍ରେସ ସଦସ୍ୟ ଗୃହରେ ଘଣ୍ଟ ଝାଂଞ୍ଚ ବଜାଇ ପ୍ରତିବାଦ କରାଯାଇଛି। ଗୃହର ମଧ୍ୟ ଭାଗକୁ ଆସି ଘଣ୍ଟ ବଜାଇ ବିରୋଧୀ ବିରୋଧ ପ୍ରଦର୍ଶନ କରିଛନ୍ତି। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ବେ ନିଜ ଜିଦ୍‌ରେ ଅଟଳ ବିରୋଧୀ। ଅତ୍ୟଧିକ ହଟ୍ଟଗୋଳ କାରଣରୁ ଶେଷରେ ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ବିଧାନସଭା ପ୍ରବେଶ ପଥରେ ବିଜେଡି ପ୍ରତିବାଦ କରିଛି। ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ଧାରଣା ଦେଇଛି।