Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଜବତ ହେଲାଣି ୧୭ ଲକ୍ଷ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆଜି ବଡ଼ି ଭୋରରୁ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କର ଗଞ୍ଜାମ ସୋରଡ଼ା ସ୍ଥିତ ବାସ ଭବନ, ଅଫିସ୍ କାର୍ଯ୍ୟାଳୟରେ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍। ଜଟଣୀ ସ୍ଥିତ ଅଫିସ୍ କାର୍ଯ୍ୟାଳୟରେ ବର୍ତ୍ତମାନ ଚଢ଼ଉ ଜାରି ରହିଛି। ଅଫିସ୍ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଫାଇଲ୍ ପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ। ବର୍ତମାନ ସୁଦ୍ଧା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ବିଡ଼ାବିଡ଼ା ଟଙ୍କା ଜବତ ହୋଇଛି। ବାବୁଙ୍କ ଭୁବନେଶ୍ବର ସ୍ଥିତ ଫ୍ଲାଟ୍‌ରୁ ନଗଦ ୧୭ ଲକ୍ଷ ଟଙ୍କା ଜବତ ହୋଇଛି।