Odisha Link
Bridging the Missing Links in Odisha

ବଢ଼ିଲା ଅମୁଲ କ୍ଷୀର ଦାମ୍, ଏବେ ଦେବାକୁ ପଡ଼ିବ ଏତେ ଟଙ୍କା..

ଓଏଲ୍‌ ବ୍ୟୁରୋ: ସାଧାରଣ ଲୋକଙ୍କୁ ଶକ୍ତ ଝଟକା। ପୁଣିଥରେ ବଢ଼ିଲା କ୍ଷୀର ଦାମ। ଏଣିକି କ୍ଷୀର ପିଇବା ଆହୁରି ମହଙ୍ଗା ହୋଇଯିବ। ମଦର ଡାଏରି ପରେ ଏବେ ଅମୁଲ ମଧ୍ୟ କ୍ଷୀର ପ୍ୟାକେଟର ଦାମ୍ ବଢ଼ାଇଛି। ଅମୁଲ ଏବେ ଦୁଗ୍ଧ ଲିଟର ପିଛା ୨ ଟଙ୍କା ବଢ଼ାଇ ଦେଇଛି। ଅମୁଲ କ୍ଷୀରର ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ। ଅମୁଲ କମ୍ପାନି ଅଧା ଲିଟର କ୍ଷୀର ପ୍ୟାକେଟର ଦାମ ମଧ୍ୟ ୧ଟଙ୍କା ବଢ଼ାଇ ଦେଇଛି।

ଏହି ବର୍ଦ୍ଧିତ ଦର ଫୁଲ କ୍ରିମ, ଟୋନ୍‌ଡ, ଡବଲ ଟୋଣ୍ଡ, ଗାଇ ଦୁଗ୍ଧ ଭଳି ପାଉଚରେ ଲାଗୁହେବ। ସେପଟେ ମଦର ଡାଏରି ମଧ୍ୟ କ୍ଷୀର ଦାମ ବଢ଼ାଇ ଦେଇଛି। ମଦର ଡାଏରି କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଛି। କମ୍ପାନି ଅଧିକାରୀଙ୍କ କହିବା ଅନୁସାରେ ଏପ୍ରିଲ ୩୦ ତାରିଖରୁ ଅର୍ଥାତ ଗତକାଲିଠୁ ସର୍ବଭାରତୀୟ ବଜାରରେ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି।