Odisha Link
Bridging the Missing Links in Odisha

ବଢ଼ିଲା ଭାରତ ଛାଡ଼ିବା ସମୟସୀମା, ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ

ଓଏଲ୍‌ ବ୍ୟୁରୋ: ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି। ବଢ଼ିଲା ଭାରତ ଛାଡ଼ିବାର ସମୟ ସୀମା। ଖୋଲା ରହିବ ଅଟ୍ଟାରୀ ସୀମା। ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ ବାସୀ। ଆଜି ବର୍ଡର ବନ୍ଦର ଶେଷ ତାରିଖ ଥିଲା।

ଅନ୍ୟପଟେ, ଭାରତରେ ରହିଯାଇଥିବା ପାକ୍‌ ନାଗରିକଙ୍କ ପାଇଁ ଆଶ୍ବସ୍ତି ମିଳିଛି। ମେ’ ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିସା ଆବେଦନ କରିପାରିବେ। ଦୀର୍ଘକାଳୀନ ଭିସା (LTV) ପୁନଃ ଆବେଦନ କରିପାରିବେ। eFRRO ପୋର୍ଟାଲ୍‌ରେ ଭିସା ଆବେଦନ କରିପାରିବେ। ବୈଦେଶିକ ଆଇନ୍‌ ଆଧାରରେ ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି।