Odisha Link
Bridging the Missing Links in Odisha

ଶୃଙ୍ଖଳିତ ରଥଯାତ୍ରା ସମାପନ ପାଇଁ ପୁରୀରେ ସମନ୍ୱୟ ବୈଠକ

ଓଏଲ୍‌ ବ୍ୟୁରୋ: ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ ନେଇ ଗୁରୁତ୍ବପୂର୍ଣ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତ ବି. ପରମେଶ୍ୱରଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ସ୍ଥାନୀୟ ଟାଉନ ହଲ ପରିସରରେ ଆରମ୍ଭ ହେଉଚି। ପ୍ରଶାସନିକ ସ୍ଥରରେ ଏହି ବୈଠକ ବସିବାକୁ ଥିବାବେଳେ ରଥଯାତ୍ରା ସୁପରିଚାଳନା ନେଇ ଆଲୋଚନା କରାଯିବ।

ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା, ରାସ୍ତା ଘାଟ ମରାମତି, ଗମନା ଗମନ ବ୍ୟବସ୍ଥା ସହିତ ରଥ ନିର୍ମାଣ ଓ କାଠ ଯୋଗାଣ ଉପରେ ବୈଠକରେ ଆଲୋଚନା ହେବ। ସେହିପରି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ନେଇ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ସହ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯିବ। ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରାକୁ ନେଇ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରାଯିବ।।

Leave A Reply

Your email address will not be published.