ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ପବିତ୍ର ଅକ୍ଷୟ ତୃତୀୟ ଦିନ ରଥ ଖଳାରେ ରଥ ନିର୍ମାଣ ନେଇ ଅନୁକୂଳ ହୋଇଥିବା ବେଳେ ଆଜି ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି। ପରମ୍ପରା ଅନୁସାରେ ଅନୁକୂଳ ନୀତି ପରେ ଆଜି ପ୍ରଥମ ଦିନରେ ରଥ ନିର୍ମାଣ ପାଇଁ ଭୋଇ ସେବକ ମାନେ ପ୍ରଥମେ ଆବଶକ୍ୟୟ କାଠ ପହଞ୍ଚାଇଥିଲେ। ଏହା ପରେ କରତୀ ସେବକମାନେ ତୁମ୍ଭ ନିର୍ମାଣ ପାଇଁ ଫାଶୀ କାଠ ଚିରଟ ଆରମ୍ଭ କରିଥିଲେ। ତେବେ ପ୍ରଥମ ଦିନରେ ତିନି ରଥ ପାଇଁ ତିନି ଗୋଟି ତୁମ୍ଭ କଟାଯାଇଥିବା ବେଳେ ୪୨ ଗୋଟି ଚକ ପାଇଁ ଆବଶ୍ୟକ ୪୨ଟି ତୁମ୍ଭର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରଥଖଳାରେ ବିଶ୍ୱକର୍ମା ମହାରଣା, ଭୋଇ ଓ କରତୀ ସେବକ ମାନଙ୍କ ଦ୍ୱାରା କାର୍ଯ୍ୟ ଜାରି ରହିଥିବା ପରିଲକ୍ଷିତ ହୋଇଛି।