Odisha Link
Bridging the Missing Links in Odisha

ପହଲଗାମ୍‌ ଆକ୍ରମଣ ମାମଲା: ଆଜି ସୁପ୍ରିମ୍‌ ଶୁଣାଣି

ଓଏଲ୍‌ ବ୍ୟୁରୋ: ପହଲଗାମ୍‌ ଆକ୍ରମଣ ମାମଲାରେ ଆଜି ଆତଙ୍କବାଦୀ ଆକ୍ରମଣ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ମାମଲାରେ ଏକ ବିଚାରପତି ଆୟୋଗ ଗଠନ କରିବା ସହ କଶ୍ମୀରରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏବଂ ଜମ୍ମୁ ଓ କାଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

ଜମ୍ମୁକାଶ୍ମୀରର ୩ ଆବେଦନକାରୀଙ୍କ ଆଧାରରେ ହେବ ଶୁଣାଣି। କାଶ୍ମୀରର ନିବାସୀ ମହମ୍ମଦ ଜୁନୈଦ, ଫତେଶ କୁମାର ସାହୁ ଏବଂ ବିକି କୁମାରଙ୍କ ଦ୍ୱାରା ଆବେଦନ କରାଯାଇଛି। କମିଟି ଗଠନ କରି ନିରପେକ୍ଷ ତଦନ୍ତ ପାଇଁ ଆବେଦନ ହୋଇଛି। କେନ୍ଦ୍ର ସରକାରଙ୍କୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ ପହଲଗାମ୍‌ ଆତଙ୍କୀ ହାମଲାରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇଛି।