Odisha Link
Bridging the Missing Links in Odisha

ଦିଲ୍ଲୀରେ କାଳବୈଶାଖୀ: ମା’ ସହ ୩ ଛୁଆ ମୃତ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ହୋଇଛି। ବର୍ଷା ସାଙ୍ଗକୁ ତାଣ୍ଡବ ରଚିଛି ଝଡ ପବନ। କାଳବୈଶାଖୀ ବର୍ଷା ପବନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କାନ୍ଥ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ମା ଏବଂ ତିନି ପିଲାଙ୍କ ଜୀବନ ଯାଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ଦିଲ୍ଲୀରେ ଗତକାଲି ରାତିରୁ ବର୍ଷା ହେଉଛି। ଆଜି ସକାଳୁ ମଧ୍ୟ ଧୂଳିଝଡ଼ ସହ ବର୍ଷା ହୋଇଛି।

Leave A Reply

Your email address will not be published.