Odisha Link
Bridging the Missing Links in Odisha

ଖୋଲିଲା କେଦାରନାଥ ଧାମ, ଶ୍ରଦ୍ଧାଳୁଙ୍କ ଉପରେ ହେଲା ଫୁଲ ବର୍ଷା

ଓଏଲ୍‌ ବ୍ୟୁରୋ: ହରହର ମହାଦେବ…ଅପେକ୍ଷାର ଘଟିଲା ଅନ୍ତ। ଶ୍ରଦ୍ଧାଳୁଙ୍କ ଉପରେ ହେଲା ଫୁଲ ବର୍ଷା.. ଜୟ ବାବା କେଦାରନାଙ୍କର ଜୟ… ଘଣ୍ଟ ଘଣ୍ଟା, ଓଁକାର ଧ୍ବନୀ ଏବଂ ମହାଦେବଙ୍କ ଜୟଜୟକାରରେ ଖୋଲିଲା ବାବା କେଦାରନାଥଙ୍କ କପାଟ। ଦେବଭୂମି ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମର କପାଟ ଆଜି ବୈଦିକ ରୀତିନୀତିରେ ଖୋଲା ହୋଇଛି।

ଶୁକ୍ରବାର ସକାଳ ୭ଟାରୁ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥଙ୍କ କପାଟ ଖୋଲି ଦିଆଯାଇଛି। ଆଉ ଯେମିତି କପାଟ ଖୋଲିଛି ମନ୍ଦିର ବାହାରେ ଅପେକ୍ଷା କରିଥିବା ୧୫ ହଜାର ଭକ୍ତ ବାବାଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବା ସହ ନିଜେ ମନ୍ଦିର ଭିତରକୁ ଯାଇ ବାବାଙ୍କ ଦର୍ଶନ କରିଥିଲେ।