ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ଚଳିତବର୍ଷ କମିଲା ପାସ୍ ହାର

ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ବୋର୍ଡ ଅଫିସ କାର୍ଯ୍ୟାଳୟରେ ବିଧିବଧ ଭାବେ ପରୀକ୍ଷା ଫଳ ପ୍ରକାଶ ପାଇଛି। ୯୪.୯୩ ପ୍ରତିଶତ ପାସ ହାର ରହିଛି। ଗତ ବର୍ଷ ତୁଳନାରେ ଚଳିତବର୍ଷ ପାସ ହାର କମିଛି। ସନ୍ଧ୍ୟା ୬ଟା ପରେ ପରୀକ୍ଷାଫଳ ୱେବ୍ ସାଇଟ୍ ରେ ଉପଲବ୍ଧ ହେବ। ୱେବ୍ ସାଇଟ୍ http://bseodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲଟ ଦେଖିପାରିବେ।। ଛାତ୍ରଛାତ୍ରୀ ମାନେ www.bseodisha.ac.in ୱେବସାଇଟରେ ଯାଇ ନିଜର ପରୀକ୍ଷା ଫଳ ଦେଖିପାରିବେ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଜାରି ହୋଇଛି।
କେମିତି ସହଜରେ ମାଟ୍ରିକ୍ ରେଜଲ୍ଟ ଦେଖି ପାରିବେ ଜାଣନ୍ତୁ…
ଆପଣ ଯଦି ୱେବସାଇଟରେ ରେଜଲ୍ଟ ଦେଖିବା ପାଇଁ ଚାହୁଁଛନ୍ତି ତେବେ ବୋର୍ଡର ଅଫିସିଆଲ୍ ୱେବସାଇଟକୁ ଯିବାକୁ ପଡ଼ିବ । www.bseodisha.ac.in ଟାଇପ୍ କରି ଅଫିସିଆଲ୍ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀଙ୍କ ରୋଲ ନମ୍ବର ଦେବା ପରେ ଫଳାଫଳ ଦେଇପାରିବେ । ଯଦି ଆପଣଙ୍କର ଇଂଟରନେଟ୍ ସୁବିଧା ନାହିଁ ଏବଂ ଏସ୍ଏମ୍ଏସ୍ ଜରିଆରେ ଫଳାଫଳ ଜାଣିବାକୁ ଚାହୁଁଛନ୍ତି, ତେବେ ମୋବାଇଲରେ ଓଆର୍ OR10 ଲେଖିବା ପରେ ସ୍ପେସ୍ ଦେଇ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ପଠାଇ ଫଳାଫଳ ଦେଖିପାରିବେ।