Odisha Link
Bridging the Missing Links in Odisha

ବିଜେଡିର ବରିଷ୍ଠ ନେତାଙ୍କୁ ଗୁରୁଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ..

ଓଏଲ୍‌ ବ୍ୟୁୁରୋ: ୨୦୨୪ ନିର୍ବାଚନରେ ହାରିବା ପରେ ଘର ସଜାଡ଼ିବା ଆରମ୍ଭ କରିଛି ବିଜୁ ଜନତା ଦଳ। ପ୍ରଥମେ ୧୮ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହୋଇଥିବାବେଳେ ଆଜି ୬ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହା ସହ ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଭିନ୍ନ ଶାଖା/ସେଲ୍‌ ପାଇଁ ଦାୟିତ୍ବ ବଣ୍ଟନ ହୋଇଛି।

ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ..

ବିଜୁ କୃଷକ ସାମୁଖ୍ୟ ଦାୟିତ୍ବ-ପ୍ରସନ୍ନ ଆଚାର୍ଯ୍ୟ
ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍‌ ଦାୟିତ୍ବ- ଅନଙ୍ଗ ଉଦୟ ସିଂଦେଓ
ବିଜେଡି କୋପରେଟିଭ୍‌ ସେଲ୍‌ ଦାୟିତ୍ବ- ରଣେନ୍ଦ୍ର ପ୍ରତାପ ସ୍ବାଇଁ
ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍‌ ଦାୟିତ୍ବ- ବଦ୍ରି ନାରାୟଣ ପାତ୍ର
ବିଜେଡି ମତ୍ସ୍ୟଜୀବୀ ସେଲ୍‌ ଦାୟିତ୍ବ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଆଦିବାସୀ ସେଲ୍‌- ମଙ୍ଗଳା କିଷାନ, ବରିଷ୍ଠ ନାଗରିକ ସେଲ୍‌- ଦେବାଶିଷ ସାମନ୍ତରାୟ
ଓବିସି ସେଲ୍‌- ଅରୁଣ ସାହୁ, ଏସ୍‌ସି ସେଲ୍‌- ମହେଶ ସାହୁ