Odisha Link
Bridging the Missing Links in Odisha

ଆସନ୍ତାକାଲି ଅପରାହ୍ନରେ ବାଜିବ ସାଇରନ୍‌, ୧୨ଟି ସ୍ଥାନରେ କରାଯିବ ମକଡ୍ରିଲ୍‌

ଓଏଲ୍‌ ବ୍ୟୁରୋ: ସାମରିକ ସୁରକ୍ଷା ସୁନିଶ୍ଚିତ କରିବାକୁ ଆସନ୍ତାକାଲି ହେବ ମକ୍‌ ଡ୍ରିଲ୍‌। ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ସବୁ ରାଜ୍ୟକୁ ସୁରକ୍ଷା ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମକଡ୍ରିଲରେ ସାଧାରଣ ଲୋକ ବି ସାମିଲ ହେବେ। ମେ ୭ ତାରିଖ ତଥା ବୁଧବାର ଦିନ ଏହି ମକଡ୍ରିଲ ହେବ। ଆକ୍ରମଣ ହେଲେ ସାଧାରଣ ଲୋକ ଓ ଛାତ୍ର କଣ କରିବେ ସେ ନେଇ ତାଲିମ ଦିଆଯିବ। ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ଏହି କ୍ରମରେ କାଲି ୪ଟାରେ ବାଜିବ ମକ୍‌ ଡ୍ରିଲ୍‌ ପାଇଁ ସାଇରନ୍‌। ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। କାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ। କାଲି ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକ୍‌ ଡ୍ରିଲ୍‌। ଶତ୍ରୁ ପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ଜଣାଇ ଦିଆଯିବ। ପ୍ରାୟ ୫ ମିନିଟ୍‌ ଧରି ସାଇରନ୍‌ ବାଜିବ, ମକ୍‌ ଡ୍ରିଲ ଆରମ୍ଭ ହେବ। ପୁଣି ସାଇରନ୍‌ ବାଜିଲେ ମକ୍‌ ଡ୍ରିଲ୍‌ ସରିଲା ବୋଲି ଜଣାଇ ଦିଆଯିବ। ସାଧାରଣତଃ କଂକ୍ରିଟ୍‌ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ। କାଲି ଉପକୂଳ ଓ ନିର୍ଦ୍ଦିଷ୍ଟ ସହରାଞ୍ଚଳରେ ହେବ ମକଡ୍ରିଲ୍‌। ଆସନ୍ତାକାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍‌, ୧୨ଟି ସ୍ଥାନରେ କରାଯିବ ମକଡ୍ରିଲ୍‌। ସତର୍କ କରିବା ସହ ୫ ମିନିଟ୍ ବାଜିବ ସାଇରନ୍। ସମସ୍ତେ ଭାଗ ନେବାକୁ ଅଗ୍ନିଶମ ଡିଜି ଅପିଲ୍ କରିଛନ୍ତି।

Leave A Reply

Your email address will not be published.