Odisha Link
Bridging the Missing Links in Odisha

ଭାରତର ଡିଜିଟାଲ ଷ୍ଟ୍ରାଇକ: ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ ଆତଙ୍କୀ ଠିକଣାରେ ଆକ୍ରମଣ କରି ଧ୍ବଂସ କରିଛି ଭାରତ। ଏହା ସହ ପାକିସ୍ତାନ ଉପରେ ଭାରତର ବଡ଼ ଡିଜିଟାଲ ଷ୍ଟ୍ରାଇକ କରିଛି। ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଟିଟି ପ୍ଲାଟଫର୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ପାକିସ୍ତାନୀ ୱେବ୍ ସିରିଜ୍ ଓ ଫିଲ୍ମ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ୪୮ଟି ଡିଜିଟାଲ ଚ୍ୟାନେଲ୍ ସସପେଣ୍ଡ କରିଥିଲା ଭାରତ। ୧୬ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରାଯାଇଛି। ଗୃହ ମନ୍ତ୍ରାଳୟର ସୁପାରିଶ କ୍ରମେ ବ୍ୟାନ କରାଯାଇଛି। ବ୍ୟାନ କରାଯାଇଥିବା ୧୬ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ ଭାରତ ବିରୋଧରେ ମିଥ୍ୟା ଖବର ଦେଖାଉଥିଲେ। ସମା ଟିଭି, ଡାଉନ, ଜିଓ ନ୍ୟୁଜ, ବୋଲ ନ୍ୟୁଜ ବ୍ୟାନ ପହଲଗାମ ଘଟଣା ପରେ ବିଭ୍ରାନ୍ତକର ଖବର ଦେଖାଉଥିଲେ। ଗୃହ ମନ୍ତ୍ରାଳୟର ସୁପାରିଶ କ୍ରମେ ବ୍ୟାନ କରାଯାଇଛି।

Leave A Reply

Your email address will not be published.