Odisha Link
Bridging the Missing Links in Odisha

ଭାରତ-ପାକିସ୍ତାନ ସୀମାରେ ବିଟିଂ ଦ ରିଟ୍ରିଟ୍ ପାଳନ, ହଟିଲା କଟକଣା

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଥିଲା। ଅଟାରୀ ରିଟ୍ରିଟ୍ ସମାରୋହ ପାଳନରେ କଟକଣା ଜାରି ହୋଇଥିଲା। ପ୍ରତିପକ୍ଷ ଗାର୍ଡ କମାଣ୍ଡରଙ୍କ ସହ କରମର୍ଦ୍ଦନ ମନା ଥିଲା। ସମାରୋହ ବେଳେ ଗେଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜିଠୁ ବିଟିଂ ଦ ରିଟ୍ରିଟ୍ ସମାରୋହ ପାଳନ ହେବ। ସନ୍ଧ୍ୟା ୬ଟାରେ ଉଭୟ ପଟୁ ସମାରୋହ ହେବ। ହୁସେନିୱାଲା ସୀମାରେ ବିଟିଂ ଦି ରିଟ୍ରିଟ୍ ସମାରୋହ ହେବ। ପହଲଗାମ ହମଲା ପରେ ସମାରୋହ ଭାରତ ବନ୍ଦ କରିଥିଲା।