ଭରତପୁର ଥାନା ମାମଲା: ୪ ପୁଲିସଙ୍କ ଉପରୁ ହଟିଲା ନିଲମ୍ବନ

ଓଏଲ୍ ବ୍ୟୁରୋ: ଭରତପୁର ଥାନାରେ ପୁଲିସ ଆର୍ମି ବିବାଦ ମାମଲାର ତଦନ୍ତ ଜାରି ରହିଛି। ୪ ପୁଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ହଟାଯାଇଛି। SI ଓ ୨ ମହିଳା ASIଙ୍କ ସହ କନେଷ୍ଟବଳଙ୍କ ଉପରୁ ନିଲମ୍ବନ ହଟିଥିବା ଜଣା ପଡିଛି। SI ବୈଶାଳିନୀ ପଣ୍ଡା, ASI ସଲିଲମୟୀ ସାହୁଙ୍କ ଉପରୁ ନିଲମ୍ବନ ହଟାଯାଇଛି। ASI ସାଗରିକା ରଥଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି।ନିଲମ୍ବନ ପ୍ରତ୍ୟାହାର ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ଘଟଣାରେ ସମ୍ପୃକ୍ତ IICଙ୍କ ଉପରୁ ନିଲମ୍ବନ ଆଦେଶ ହଟିନଥିବା ଜଣା ପଡିଛି।
ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୪ ତାରିଖ ରାତିରେ ଜଣେ ମେଜର ଓ ତାଙ୍କ ବାନ୍ଧବୀ ଏକ ଘଟଣାରେ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିବାବେଳେ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦେଶ ଦେଇଥିଲେ। ଏହି ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀ ଚାକିରିରୁ ନିଲମ୍ବିତ ହୋଇଥିଲେ। ହେଲେ