Odisha Link
Bridging the Missing Links in Odisha

ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ, ଗଲାଣି ୩ ଜୀବନ

ଓଏଲ୍‌ ବ୍ୟୁରୋ: ଅଦିନିଆ ବର୍ଷାରେ ବେହାଲ ବେଙ୍ଗାଲୁରୁ। ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପରେ ସହରରେ ଉପୁଜିଛି ଜଳବନ୍ଦୀ ସ୍ଥିତି। ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ବର୍ଷା ପାଣି। ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବେଙ୍ଗାଲୁରୁ ସହରରେ ବନ୍ୟା ପରସ୍ଥିତି। HSR ଲେଆଟଉଟ, ସିଲ୍କ ବୋର୍ଡ, କୋରମଙ୍ଗଳା, କେ ଆର ପୁରମ ସମେତ ବିଭିନ୍ନ ସ୍ଥାନରେ ବୁଡ଼ି ରହିଛି ରାସ୍ତାଘାଟ। ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଲାଣି। ଶହଶହ ଘର ଜଳବନ୍ଦୀ। ୨୦ରୁ ଊର୍ଦ୍ଧ୍ବ ହ୍ରଦରେ ବନ୍ୟା ସୃଷ୍ଟି ହୋଇଛି।

ଦକ୍ଷିଣ ପୂର୍ବ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ପାଣି ନିଷ୍କାସନ କରିବା ସମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସକାଳେ ଜଣେ ମହିଳାଙ୍କର ଜୀବନ ଚାଲିଯାଇଛି। ଫଳରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ମୃତକମାନେ ହେଉଛନ୍ତି ମନମୋହନ କାମଥ (୬୩) ଏବଂ ଦିନେଶ (୧୨), ଶଶିକଳା(୩୫)। ଉଭୟ ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।