ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, ଶିଳାନ୍ୟାସ ହେବ ୧୨ଟି ପ୍ରକଳ୍ପ

ଓଏଲ୍ ବ୍ୟୁରୋ: ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ଦେଖିବ ଶିଳ୍ପର ନୂଆ ସମ୍ଭାର। ଆଜି ଯାଜପୁର ସୁକିନ୍ଦାରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲାରେ ୧,୧୫, ୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଟାଟା ଷ୍ଟିଲ୍ ୬୩ ହଜାର କୋଟି ଖଟାଇବ। ଏଥିସହିତ ୩୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଳିଙ୍ଗ ନଗର ସମାବେଶ ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ସାଂସଦ ଡଃ. ରବୀନ୍ଦ୍ର ନାରାୟଣ ବେହେରା ସମେତ ସ୍ଥାନୀୟ ଲୋକପ୍ରତିନିଧି, ଜିଲ୍ଲା ପ୍ରଶାସକ ମଧ୍ୟ ସାମିଲ୍ ହେଇଛନ୍ତି।