ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯିବ ବନ୍ୟା ଜଳ, ଜାରି ହେଲା ସତର୍କ ସୂଚନା..

ଓଏଲ୍ ବ୍ୟୁରୋ: ଖୋଲିବ ହୀରାକୁଦ ଗେଟ୍। ଆସନ୍ତା ଜୁନ ୧ରୁ ଯେ କୌଣସି ମୂହୁର୍ତ୍ତରେ ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ବନ୍ୟା ଜଳ। ଏନେଇ ସତର୍କ ସୂଚନା ଜାରି କରିଛନ୍ତ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ। ତଳ ମୁଣ୍ଡର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।
ଜୁନ ୧ରୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ବନ୍ୟାଜଳ ନିୟନ୍ତ୍ରଣ ପାଇଁ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଇ ପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏନେଇ ବନ୍ୟା ଜଳ ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ରୁମର ନମ୍ବର ମଧ୍ୟ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ନଦୀକୁ ନଯିବା ପାଇଁ ବାରଣ ମଧ୍ୟ କରାଯାଇଛି। ନିଜ ସ୍ତରରେ ଜିଲ୍ଲାପାଳ ମାନେ ସତର୍କ କରାଇବା ପାଇଁ କୁହାଯାଇଛି।