Odisha Link
Bridging the Missing Links in Odisha

ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି: ରାଜସ୍ୱ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଏଣିକି ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେନି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର କର୍ପସ ଫଣ୍ଡ ଗଠନ କରିବେ ରାଜ୍ୟ ସରକାର। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ। କମିଟିରେ SC/ST ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ। SC/ST ବିଭାଗ ଗୃହ କମିଟି, ବିଧାୟକଙ୍କ ପରାମର୍ଶ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ହେବ। ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିପାରିବେ ଅନୁସୂଚିତ ଜାତି ଓ ଜନଜାତିର ଲୋକ। ସରକାର ଏହି ଜମିକୁ କିଣିବେ। ୨ରୁ ୩ ବର୍ଷ ସରକାର ସୁରକ୍ଷିତ ରଖିବେ, ଜମି ମାଲିକ ଚାହିଁଲେ ନେବେ ବୋଲି ମନ୍ତ୍ରୀ କହିଛନ୍ତି।