Odisha Link
Bridging the Missing Links in Odisha

ଆଇଏଏସ୍ ସୁଧାକର ବୁର୍ଗୀ ଓଏସ୍ଏସ୍‌ସିର ନୂଆ ଅଧ୍ୟକ୍ଷ

ଓଏଲ୍‌ ବ୍ୟୁରୋ: ଓଏସଏସସି ଅଧ୍ୟକ୍ଷ ଅଭୟଙ୍କ ଇସ୍ତଫା ପରେ ଅଭୟଙ୍କ ସ୍ଥାନରେ ସୁଧାକର ବୁର୍ଗୀଙ୍କୁ ନିଯୁକ୍ତ କରାଯାଇଛି। ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଅଧ୍ୟକ୍ଷ। ରାଜ୍ୟ ସରକାର ତାଙ୍କ ଇସ୍ତଫାପତ୍ରକୁ ବିଚାର କରି ଏହାକୁ ମଞ୍ଜୁର କରିଛନ୍ତି। ଅଭୟଙ୍କ ସ୍ଥାନରେ ପୂର୍ବତନ ଆଇଏଏସ ସୁଧାକର ବୁର୍ଗୀଙ୍କୁ ଓଏସଏସସିର କାମଚଳା ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଓଏସଏସସିର ସଦସ୍ୟ ଅଛନ୍ତି ସୁଧାକର ବୁର୍ଗୀ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ପଦରେ ଦାୟିତ୍ବ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।