Odisha Link
Bridging the Missing Links in Odisha

ଦୀଘା ଜଗନ୍ନାଥ ଧାମ ଓ ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଦର୍ଶନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ଲେଖାଯାଇଛି। ଦୀଘା ଜଗନ୍ନାଥ ମନ୍ଦିର ଉଦ୍‌ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା। ୩୦ ତାରିଖ ଉଦ୍‌ଘାଟନ ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ହଟାଇବା ପାଇଁ ଜୋରଦାର ପ୍ରତିବାଦ ଓ ବିବାଦ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚଠି ଲେଖିଥିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଆଜି ସେ ଦୀଘା ପ୍ରସଙ୍ଗରେ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଲରିଛନ୍ତି। ଚିଠି ସ୍ବତ୍ତେ ନାଁ ପରିବର୍ତ୍ତନ ହେଉନଥିବା ଅବଗତ କରାଇଲେ ସୁଦର୍ଶନ ପଟ୍ଟନାୟକ। ଅଦିନିଆ ରଥଯାତ୍ରା ନେଇ ବି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ।

ସୂଚନା ଅନୁସାରେ, ଟ୍ୱିଟ କରି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଲେଖିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ମୋର ବିନମ୍ର ଅନୁରୋଧ ଯେ, ପଶ୍ଚିମବଙ୍ଗ ସରକାରଙ୍କ ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ “ଜଗନ୍ନାଥଧାମ” ଭାବରେ ସମ୍ବୋଧିତ କରିବାର ନିଷ୍ପତ୍ତିରେ ହସ୍ତକ୍ଷେପ କରନ୍ତୁ ଏବଂ ସମାଧାନ କରନ୍ତୁ। ଏହି ପବିତ୍ର ଉପାଧି କେବଳ ଓଡ଼ିଶାର ପୁରୀ ସହିତ ଜଡିତ। ଅନ୍ୟ ଏକ ସ୍ଥାନ ପାଇଁ ଏହି ଶବ୍ଦର ବ୍ୟବହାର ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଏବଂ ମହାପ୍ରଭୂ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ଏହି ଚର୍ଚ୍ଚିତ ଧାର୍ମିକ ପରିଚୟର ପବିତ୍ରତା ଏବଂ ଅନନ୍ୟତାକୁ ବଜାୟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଜୟ ଜଗନ୍ନାଥ।