ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ: ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ..

ଓଏଲ୍ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୭୩୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା ତଥ୍ୟ ସାମ୍ନାକୁ ଆସିଛି। ମୁଖ୍ୟତଃ ଅନୁପ୍ରବେଶକାରୀମାନେ ବିଭିନ୍ନ ଜଳପଥ ଦେଇ ଓଡିଶା ମଧ୍ୟକୁ ପ୍ରବେଶ କରିଥାନ୍ତି।
ସେମାନଙ୍କୁ ଚିହ୍ନଟ କରିବା ପାଇଁ ଓଡିଶା ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଲକ ଏବଂ ପୁଲିସ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନକରି ଓଡିଶାରେ ବେଆଇନ ଭାବେ ବସବାସ କରୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ, ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ ଚାଲିଛି। ପଦକ୍ଷେପ ନିଶ୍ଚୟ ନିଆଯିବ। ଦେଶର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ। ଅନୁପ୍ରବେଶକାରୀ ରହୁଥିବା ସ୍ଥାନରେ ବିଭ୍ରାନ୍ତ ସୃଷ୍ଟି ହେଉଛି। ବାଂଲାଦେଶୀ ବିଶୃଙ୍ଖଳା ଓ ଦେଶ ପ୍ରତି ବିପଦ ତିଆରି କରୁଛନ୍ତି।