Odisha Link
Bridging the Missing Links in Odisha

IPL କାର୍ଯ୍ୟକ୍ରମରେ ସାମିଲ ହେବେ ୩ ସେନା ପ୍ରମୁଖ, ସମ୍ମାନିତ କରିବ BCCI

ଓଏଲ୍‌ ବ୍ୟୁରୋ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଜୁନ୍‌ ୩ IPL ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ବିସିସିଆଇ ପକ୍ଷରୁ ବିଶେଷ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବ BCCI। ଅପରେସନ୍ ସିନ୍ଦୂରର ସଫଳତା ପାଇଁ ମିଳିବ ସମ୍ମାନ। IPL ସମାପନୀ ଉତ୍ସବରେ ହେବ ବିଶେଷ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ୩ ସେନା ପ୍ରମୁଖ ସାମିଲ ହେବେ।