Odisha Link
Bridging the Missing Links in Odisha

ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ, ୧୦୭ ବର୍ଷ ପରେ ନୂଆ ରେକର୍ଡ

ଓଏଲ୍‌ ବ୍ୟୁରୋ: ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ। ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟ, ଗଳିକନ୍ଦି, ରେଳ ଲାଇନ୍ ସବୁଠି ଜମିଛି ବର୍ଷାପାଣି। ବର୍ଷା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। କୁହାଯାଉଛି ମୁମ୍ବାଇରେ ଏହି ବର୍ଷା ୧୦୭ ବର୍ଷ ପରେ ରେକର୍ଡ ଭାଙ୍ଗିଛି।

ଅନ୍ୟପଟେ, ରାଜ୍ୟରେ ବଦଳିଛି ପାଗ। ମୌସୁମୀ କେରଳ ସ୍ପର୍ଶ କରିଥିବାବେଳେ ଆଜି ପଶ୍ଚିମ କେନ୍ଦ୍ରୀୟ ଓ ତାର ପା‍ର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଲଘୁଚାପ ସୃଷ୍ଟି ହେବାର ୨ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ। ଏହାରି ପ୍ରଭାବରେ ମେ ୨୯ରୁ ଜୁନ ୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।