ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟା, ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଓଏଲ୍ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ପାଳନ କରାଯାଉଅଛି ସାବିତ୍ରୀ ଅମାବାସ୍ୟା ତିଥି। ଏଣୁ ଏହି ଅବସରରେ ପରମ୍ପରା ଅନୁସାରେ ଦ୍ଵିତୀୟ ଜଳକ୍ରୀଡ଼ା ନୀତି ପାଳିତ ହେବ। ଆଜି ଏନେଇ ଶ୍ରୀଜୀଉ ମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ଶେଷ ହେବାପରେ ଶ୍ରୀମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପ୍ରାପ୍ତ ହୋଇ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିବେ।
ସେଠାରେ ଭିତର ଚନ୍ଦନ ଯାତ୍ରା ନୀତି ଅନୁଷ୍ଠିତ ହେବ। ଏହା ସହିତ ଆଜି ଶ୍ରୀ ଅମାବାସ୍ୟା ନାରାୟଣ ଠାକୁରଙ୍କୁ ଆଜ୍ଞାମାଳ ପ୍ରାପ୍ତ ହୋଇ ସାଗର ବିଜେ ନୀତି ମଧ୍ୟ ଅନୁଷ୍ଠିତ କରାଯିବ। ଏହି ବିଶେଷ ନୀତି ଦର୍ଶନ ନେଇ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।