ଚାଷୀଙ୍କ ପାଇଁ ଖୁସି ଖବର: ଖରିଫ୍ ଫସଲର MSP ବୃଦ୍ଧି କଲେ କେନ୍ଦ୍ର ସରକାର

ଓଏଲ୍ ବ୍ୟୁରୋ: ଚାଷୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି ମୋଦି ସରକାର। ଖରିଫ୍ ଫସଲର MSP ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଅନୁମୋଦନ କରିଛି। ଧାନର MSP ଗତ ବର୍ଷ ତୁଳନାରେ କ୍ବିଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି କରାଯାଇଛି। କେନ୍ଦ୍ର ଦେଉଥିବା ୨୩ ଶହ ଟଙ୍କା ୨୩୬୯ ଟଙ୍କାକୁ ବୃଦ୍ଧି ହୋଇଛି। ଗ୍ରେଡ୍ ଏ ଧାନ ପାଇଁ କ୍ବିଣ୍ଟାଲ ପିଛା ୨୩୮୯ ଟଙ୍କା ମିଳିବ। ଜୱାର କ୍ବିଣ୍ଟାଲ ପିଛା MSP ୩୨୮ ଟଙ୍କା ବୃଦ୍ଧି ହୋଇଛି। ବାଜରା ୧୫୦, ରାଗି ୫୯୬ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳିଛି। ହରଡ ଡାଲି ୪୫୦ ଓ ମୁଗ ଡାଲି କ୍ବିଣ୍ଟାଲ ପିଛା MSP ୮୬ ଟଙ୍କାକୁ ବୃଦ୍ଧି ହୋଇଛି।