Odisha Link
Bridging the Missing Links in Odisha

ବଢ଼ିଲା ମନ୍ତ୍ରୀ ଓ ଅଫିସର୍‌ଙ୍କ ମାସିକ ଗାଡ଼ି ଖର୍ଚ୍ଚ, ପ୍ରମୁଖ ସଚିବଙ୍କ ଗାଡ଼ି ଖର୍ଚ୍ଚ ୩୬ ହଜାର

ଓଏଲ୍‌ ବ୍ୟୁରୋ: ବଢ଼ିଲା ମନ୍ତ୍ରୀ ଓ ଅଫିସର୍‌ଙ୍କ ମାସିକ ଗାଡ଼ି ଖର୍ଚ୍ଚ। ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରାଯାଇଛି। ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ୫୦,୪୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ସେହିଭଳି ଜିଲ୍ଲାପାଳ, ଏସ୍‌ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି ହୋଇଛି। ବ୍ଲକ, ତହସିଲ, ଫିଲ୍ଡ ଅଫିସ୍ ଗାଡ଼ି ଖର୍ଚ୍ଚ ୩୭,୨୦୦ ବୃଦ୍ଧି ହୋଇଛି। ପ୍ରମୁଖ ସଚିବଙ୍କ ଗାଡ଼ି ଖର୍ଚ୍ଚ ୩୬,୦୦୦, ସ୍ବତନ୍ତ୍ର ସଚିବଙ୍କ ଗାଡ଼ି ଖର୍ଚ୍ଚ ୩୧,୨୦୦ଟଙ୍କାକୁ ବୃଦ୍ଧି ହୋଇଛି।