Odisha Link
Bridging the Missing Links in Odisha

ଶାରୀରିକ ପରୀକ୍ଷା ବେଳେ ଟଳିପଡ଼ିଲେ ପ୍ରାର୍ଥୀ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଓଏଲ୍‌ ବ୍ୟୁରୋ: ଗୃହରକ୍ଷୀ ପଦବୀ ପାଇଁ ଶାରୀରିକ ପରୀକ୍ଷା ସମୟରେ ଟଳିପଡ଼ିଲେ ଜଣେ ଯୁବକ। ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକ ଗଜପତି ଜିଲ୍ଲା ରାମଗିରି ଥାନା ପରିସଲ ଗ୍ରାମର ସୁମନ୍ତ ମିଶାଲ। ତେବେ ଶାରୀରିକ ପରୀକ୍ଷା ସମୟରେ ଆଉ ୭ ପରୀକ୍ଷାର୍ଥୀ ଗୁରୁତର ଅବସ୍ଥାରେ ଥିବାବେଳେ ତାଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ସୂଚନା ଅନୁସାରେ, ପୂର୍ବରୁ ବନରକ୍ଷୀ, ବନପାଳ ଏବଂ ପଶୁପାଳନ ନିରୀକ୍ଷକଙ୍କ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା କରାଯାଉଥିଲା। ପ୍ରବୀଣ ବନରକ୍ଷୀ ଏବଂ ବନପାଳ ପଦବୀ ପାଇଁ ଆବେଦନ କରିଥିଲେ। ଭବାନୀପୁରରୁ ବରଗଡା ପର୍ଯ୍ୟନ୍ତ ୨୫ କିଲୋମିଟର ଦୌଡ଼ ସମୟରେ, ପ୍ରବୀଣ ସଦର ପୁଲିସ ସୀମା ଅନ୍ତର୍ଗତ କିରେଇ ନିକଟରେ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।