ଗୃହରକ୍ଷୀ ପରୀକ୍ଷା ବେଳେ ଯୁବକଙ୍କ ମୃତ୍ୟୁ, ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଗଜପତିରେ ହୋମ ଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ସୁଲନ୍ତ ମିଶାଲଙ୍କ ଦେହାନ୍ତ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ସୂଚନା ଅନୁସାରେ, ଗୃହରକ୍ଷୀ ପଦବୀ ପାଇଁ ଶାରୀରିକ ପରୀକ୍ଷା ସମୟରେ ଟଳିପଡ଼ିଲେ ଜଣେ ଯୁବକ। ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକ ଗଜପତି ଜିଲ୍ଲା ରାମଗିରି ଥାନା ପରିସଲ ଗ୍ରାମର ସୁମନ୍ତ ମିଶାଲ। ତେବେ ଶାରୀରିକ ପରୀକ୍ଷା ସମୟରେ ଆଉ ୭ ପରୀକ୍ଷାର୍ଥୀ ଗୁରୁତର ଅବସ୍ଥାରେ ଥିବାବେଳେ ତାଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।