ପୁରୀରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀ ସାମିଲ

ଓଏଲ୍ ବ୍ୟୁରୋ: ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ସଡ଼କ ପଥରେ ପୁରୀ ଯାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ। ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହା ପରେ ସେ ସାକ୍ଷୀଗୋପାଳରେ ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହୋଇଛନ୍ତି।
ପୁରୀରୁ ଆରମ୍ଭ ହୋଇଛି କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ। କୃଷି ଉତ୍ପାଦନ ବଢ଼ାଇବା, ଉତ୍ପାଦନ ଖର୍ଚ୍ଚ କମାଇବା ସହ ଚାଷକୁ ଲାଭଦାୟକ ବ୍ୟବସାୟ କରିବାକୁ ସରକାର ଚେଷ୍ଟା କରୁଛନ୍ତି। ଏହି ଅଭିଯାନ ମାଧ୍ୟମରେ ଚାଷ ଖେତକୁ ବୈଜ୍ଞାନିକ ଯିବେ ଏବଂ ଚାଷୀଙ୍କ ସହ ଆଲୋଚନା କରିବେ। ଚାଷ ଜମିରେ ଲ୍ୟାବ୍ ରିସର୍ଚ୍ଚ ଇମ୍ପ୍ଲିମେଣ୍ଟ୍ ହେବ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।